ଗାଡ଼ି ସାଇଡ ମାରିବାକୁ ନେଇ ସଂଘବଦ୍ଧ ଆକ୍ରମଣ, ଗୁରୁତର ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ: ଗାଡି ସାଇଡ ମାରିବାକୁ ନେଇ ଗୋରୁଗାଡିକୁ ଏସ୍କର୍ଟ ଦେଉଥିବା ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ‌ପୁଲିସ ଏକ ସ୍କୋର୍ପିଓକୁ ପୁଲିସ ଜବତ କରିଛି। ଭଦ୍ରକ ଜିଲ୍ଲା ଟାଉନ ଥାନାରେ ଏହି ଘଟଣାକୁ ନେଇ ଲିଖିତ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ପୁରୁଣାବଜାର ଅଞ୍ଚଳର ସଲମାନ ଅହମଦ ନିଜ ଘରକୁ ସ୍କୁଟିରେ ଫେରୁଥିବା ବେଳେ କଣ୍ଟାବଣିଆ ଛକ ନିକଟରେ ଏକ କଳା ରଙ୍ଗର ସ୍କୋର୍ପିଓ ସାଇଡ ମାରିଥିଲା । ସଲମାନ ସ୍କୋର୍ପିଓ ଡ୍ରାଇଭରକୁ ଅଟକାଇ ପଚାରିବାରୁ ତାଙ୍କୁ ଗାଡି ଭିତରେ ଥିବା ୫ ଜଣା ଯୁବକ ପ୍ଲାଷ୍ଟିକ ପାଇପ ସହ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ତେବେ ସଲମାନ ସେଠାରୁ ଦୌଡ଼ି ପଳାଇ ନିକଟ ଦୋକାନରେ ଆଶ୍ରୟ ନେଇ ପରିବାର ଲୋକଙ୍କୁ ଜଣାଇଥିଲେ।

ମାଡ଼ ମାରିଥିବା ଦୁର୍ବୁତ୍ତମାନେ ଚୋରା ଚାଲାଣ ହେଉଥିବା ଗୋରୁ ଗାଡିର ଏସ୍କର୍ଟ ବୋଲି ଥାନାରେ ଲିଖିତ ଅଭିଯୋଗ ହୋଇଛି । ସଲମାନଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଭଦ୍ରକ ଟାଉନ ପୁଲିସ ସ୍କୋର୍ପିଓକୁ ଜବତ କରି ଥାନାକୁ ଆଣିଛି । ସ୍କୋର୍ପିଓ ମଧ୍ୟରେ ଆକ୍ରମଣରେ ବ୍ୟବହୃତ ପାଇପ ସହ ଅନ୍ୟାନ୍ୟ ମାରଣାସ୍ତ୍ର ଥିବା ସୂଚନା ମିଳିଛି । ସ୍କୋର୍ପିଓରେ ଥିବା ୫ଜଣଙ୍କୁ ଚିହ୍ନଟ କରିଛନ୍ତି ସ୍ଥାନୀୟ ଲୋକେ । ଭଦ୍ରକ ଟାଉନ ଥାନାରେ ଏତଲା ପରେ ପୁଲିସ ତଦନ୍ତ କରୁଥିବା ସୂଚନା ଦେଇଛି ।

ସମ୍ବନ୍ଧିତ ଖବର