ବ୍ରହ୍ମପୁର: ଗଂଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ଝାଡକୁଦା ଗାଁରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ଲୁଡୁ ଖେଳକୁ କେନ୍ଦକରି କେ. ଦୁର୍ଯ୍ୟୋଧନ ରେଡ୍ଡୀ ନାମକ ଯୁବକଙ୍କୁ ସେହି ଗ୍ରାମର ଜଣେ ଯୁବକ ପେଟକୁ ଛୁରୀ ଭୁଶି ଦେଇଛି। ଯୁବକ ଜଣକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ ମଙ୍ଗଳବାର ସନ୍ଧ୍ୟାରେ ଝାଡ଼କୁଦା ଗ୍ରାମର ରାଧାକୃଷ୍ଣ ମନ୍ଦିର ପାଖରେ ୨ ଯୁବକ ଲୁଡୁ ଖେଳିଥିଲେ। ଏହି ଖେଳକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଆଜି ପୁଣି ସେହି ମନ୍ଦିର ନିକଟରେ ଉଭୟଙ୍କ ଭେଟ ହୋଇଥିଲା। ଯୁକ୍ତିତର୍କ ହେବାରୁ ଦୁର୍ଯ୍ୟୋଧନଙ୍କୁ ଆକ୍ରମଣ ହୋଇଥିଲା। ଦୁର୍ଯ୍ୟୋଧନକୁ ପ୍ରଥମେ ଛତ୍ରପୁରସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁରସ୍ଥିତ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଥାନାରେ ଅଭିଯୋଗ ହୋଇ ନାହିଁ।