ଟଙ୍କା ଧାର ନେବା ହେଲା କାଳ, ଶ୍ବଶୁର ଘରେ ଜ୍ବାଇଁର ଆଖି ତାଡ଼ି ଦେଲେ

ନୟାଗଡ଼: ନୟାଗଡ଼ ସଦରଥାନା ଅନ୍ତର୍ଗତ ଷଠିଆପଲ୍ଲୀ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଧାର ଟଙ୍କାକୁ କେନ୍ଦ୍ର କରି ଶ୍ବଶୁର ଘରେ ଜ୍ବାଇଁକୁ ଗୋଟିଏ ଆଖି ହରାଇବାକୁ ପଡ଼ିଛି। ମିଳିଥିବା ସୂଚନାନୁସାରେ, ସଜାନାପଡ଼ା ଗ୍ରାମର ପ୍ରମୋଦ ରାଉତରାୟ(୫୦) ନୟାଗଡ଼ ସଦରଥାନା ଅନ୍ତର୍ଗତ ଷଠିଆପଲ୍ଲୀ ଗ୍ରାମରେ ବିବାହ କରିଛନ୍ତି । ଆର୍ଥିକ ସମସ୍ୟା ପାଇଁ ଅନେକ ସମୟରେ ପ୍ରମୋଦ ତାଙ୍କ ଦାଦା ଶ୍ବଶୁରଙ୍କ ଠାରୁ କିଛି ଟଙ୍କା ଧାର ଆଣିଥିଲେ ।

ସୁବିଧା ଦେଖି ଟଙ୍କା ସୁଧ ସହକାରେ ଫେରାଇଦେବେ ବୋଲି କହିଥିଲେ। କିନ୍ତୁ କୌଣସି କାରଣରୁ ଏହା ଫେରାଇ ନପାରିବାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ଆଜି ସନ୍ଧ୍ୟାରେ ପ୍ରମୋଦଙ୍କ ଜଣେ ଶଳା ତାଙ୍କୁ ଯୋଜନାବଦ୍ଧ ଭାବେ ଷଠିଆପଲ୍ଲୀ ଗ୍ରାମକୁ ଡାକି ଆଣିଥିଲେ । ସେଠାରେ ଧାର ଟଙ୍କାକୁ ନେଇ ବଚସା ହୋଇଥିଲା। ଯାହାକୁ ନେଇ ମିଳିତ ଭାବେ ପ୍ରମୋଦଙ୍କୁ ଆକ୍ରମଣ କରାଯାଇଥିଲା। କୌଣସି ଧାରୁଆ ଅସ୍ତ୍ରରେ ପ୍ରମୋଦଙ୍କ ଆଖିକୁ ତାଡ଼ି ଦିଆଯାଇଥିଲା। ଗୁରୁତର ଅବସ୍ଥାରେ ପ୍ରମୋଦଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ
ସେଠାରୁ କଟକ ସ୍ଥାନାନ୍ତରିତ କରାଯାଇଛି । ଏନେଇ ସଦର ଥାନାରେ ଅଭିଯୋଗ ହୋଇଥିବା ଉକ୍ତ ଥାନା ଦାୟିତ୍ବରେ ଥିବା ଟାଉନ ଥାନା ଆଇଆଇସି ଜୟଦୀପ ମହାନ୍ତି କହିଛନ୍ତି। ଘଟଣା ନେଇ ଅନୁସନ୍ଧାନ କରାଯାଉଥିବା ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର