ପାଟଣାଗଡ଼: ଗଂଜେଇ ଟାଣୁଥିବା ନାବାଳକ ପୁତୁରାକୁ ତାଗିଦ୍‌ କରିବାକୁ ଯାଇ ଦାଦା ଆକ୍ରମଣର ଶିକାର ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମରେ ପୁତୁରାର ଛୁରାମାଡ଼ରେ ଦାଦା ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଆକ୍ରମଣର ଶିକାର ହୋଇଛନ୍ତି ଡିଙ୍ଗର ମାଝୀ (୪୨)। ଘଟଣା ପରେ ପୁତୁରା ଫେରାର ଅଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଲରମ୍ଭା ଥାନା ଗେର୍ଡା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲି ଗ୍ରାମର ଜଣେ ନାବାଳକ ଆଜି ଗାଁ ମୁଣ୍ଡରେ ଗଞ୍ଜେଇ ଟାଣୁଥିଲା। ଏହା ଦେଖି ତାର କାକା ଡିଙ୍ଗର ମାଝୀ ଗଞ୍ଜେଇ କାହିଁକି ଟାଣୁଛି ବୋଲି କହି ମନା କରିଥିଲେ। ପୁତୁରା ଶଙ୍କର ନିଶାସକ୍ତ ଅବସ୍ଥାରେ ଏକ ଛୁରୀରେ ଦାଦା ଡିଙ୍ଗରଙ୍କ ଛାତିକୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଡିଙ୍ଗରଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ନେଇ ଭର୍ତ୍ତି କରାଯାଇ ଚିକିତ୍ସା କରା ଯାଉଥିବା ଜଣାପଡିଛି। ଅପରପକ୍ଷରେ ଛୁରାମାଡ଼ ମାରି ପୁତୁରା ଫେରାର ମାରିଥିବା ଜଣାପଡିଛି। ରିପୋର୍ଟ ଲେଖାଯିବା ବେଳକୁ ଥାନାରେ ମାମଲା ରୁଜୁ ହୋଇ ନଥିବା ପୁଲିସ କହିଛି।