ପାନ ଦୋକାନରେ ବସିଥିଲେ ଯୁବକ, ପେଟ୍ରୋଲ ଢାଳିବା ପରେ ନିଆଁ ଲଗାଇ ଫେରାର ହୋଇଗଲା ଦୁର୍ବୃତ୍ତ

ରେଢ଼ାଖୋଲ: ପାନ ଦୋକାନରେ ବସିଥିବା ଜଣେ ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଯାଇଛି। ଘଟଣା ପରେ ଆହତ ଯୁବକଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତ ଜଣକ ଅତର୍କିତ ଭାବେ ଆସି ଯୁବକଙ୍କ ଶରୀରରେ ପେଟ୍ରୋଲ ଢାଳିବା ପରେ ନିଆଁ ଲଗାଇ ଫେରାର ହୋଇଯାଇଛି। ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ସହରରେ ଗୁରୁବାର ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ ରେଢ଼ାଖୋଲ ଥାନା ଅନ୍ତର୍ଗତ ଖନ୍ଦାଢ଼ିପ ଛକସ୍ଥିତ ଏକ ପାନ ଦୋକାନରେ ଖନ୍ଦାଢ଼ିପସାହିର ଯୁବକ ହରିହର ପୁରୋହିତ (୩୫) ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ବସିଥିଲେ। ସେ ଅନ୍ୟମନସ୍କ ଥିବା ବେଳେ ଦୁର୍ବୃତ୍ତ ଘଟଣାସ୍ଥଳରେ ପହଂଚି ପେଟ୍ରୋଲ ଢ଼ାଳି ଥିଲା ଏବଂ ଏହା ପରେ ନିଆଁ ଲଗାଇ ଫେରାର ହୋଇଯାଇଥିଲା। ହରିହରଙ୍କ ଅଣ୍ଟାରୁ ଉପରକୁ ପୋଡ଼ିଯାଇଛି। ତାଙ୍କୁ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଛାନ୍‌ଭିନ୍‌ କରୁଛି।

ସମ୍ବନ୍ଧିତ ଖବର