ସମ୍ବଲପୁର: କ୍ଷେତରାଜପୁର ଥାନା ଠାକୁରପଡ଼ାରେ ରବିବାର ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପଡ଼ାର ମନ୍ଥନ ନାମକ ଜଣେ ଯୁବକ ସୁଶାନ୍ତ ବାଗ(୩୦)ଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି। ମନ୍ଥନ ପକେଟରେ ରଖିଥିବା ଏକ କଇଁଚିକୁ ସୁଶାନ୍ତଙ୍କ ତଣ୍ଟିରେ ଭୁସି ଦେଇଥିଲା। ଏହି ଘଟଣାରେ ସୁଶାନ୍ତଙ୍କ ତଣ୍ଟିରୁ ପ୍ରବଳ ରକ୍ତସ୍ରାବ ହେବା ପରେ ମନ୍ଥନ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ଅଞ୍ଚଳର ଯୁବକମାନେ ସୁଶାନ୍ତଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏ ସମ୍ପର୍କରେ କ୍ଷେତରାଜପୁର ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।
ଯୁବକଙ୍କ ତଣ୍ଟିରେ କଇଁଚି ପୂରେଇ ଦେଲେ
/sambad/media/post_attachments/wp-content/uploads/2020/04/Seassor.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)