ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ 

କାଲିମେଳା: ଜଣେ ଯୁବକର ସନ୍ଦେହ ଜନକ ମୃତ୍ୟୁକୁ ନେଇ ମାଲକାନଗିରି ଜିଲ୍ଲା ଏମ୍‌ଭି ୭୯ ଥାନା ଅନ୍ତର୍ଗତ ଏମ୍‌ପିଭି ୪୮ ଗ୍ରାମରେ ଉତ୍ତେଜନା ଦେଖାଯାଇଛି। ସେହି ଗ୍ରାମର ରଂଜିତ ରାୟଙ୍କ ପୁଅ ବିପୁଳ ରାୟଙ୍କୁ କେହି ହତ୍ୟା କରି ମହୁଲ ଗଛରେ ଝୁଲାଇ ଦେଇଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକ। ଗତକାଲି ରାତି ୯ଟା ସମୟରେ ବିପୁଳ ଶନିଶ୍ଚର ମେଳା ଦେଖିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ରାତିସାରା ଖୋଜା ଖୋଜି କରାଯାଇଥିଲେ ମଧ୍ୟ ବିପୁଳର କୌଣସି ସନ୍ଧାନ ମିଳି ନଥିଲା।

ତେବେ ଆଜି ସକାଳୁ କିଛି ପିଲା ଘର ପଛପଟେ ମହୁଲ ଗୋଟାଇବାକୁ ଯାଇଥିଲା ବେଳେ ବିପୁଳଙ୍କର ମୃତଦେହ ମହୁଲ ଗଛରେ ଅଧା ଝୁଲୁ ଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସଂଦେହ କରି ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପଂହଁଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର