ଯାଜପୁର: ପାରିବାରିକ କଳହ ନେଇ ଗଲା ଜୀବନଙ୍କ ଜୀବନ। ଶେଷ ନିଶ୍ବାସ ଚାଲିଥିବାବେଳେ ପରିବାର ଲୋକଙ୍କ କାନ୍ଧ ବୋବାଳି ଭିତରେ ବିଳମ୍ବ ଯୋଗୁ ସଠିକ ସମୟରେ  ଘର ପାଖରେ ଚିକିତ୍ସାଳୟ ଥାଇ ମଧ୍ୟ ପହଞ୍ଚିପାରିଲେ ନାହିଁ। ଶେଷରେ  ଜୀବନ ହାରିଲା ଜୀବନ।

Advertisment

ସୂଚନା ଅନୁସାରେ  ସଦର ଥାନା ଛତିଶିଦେବିଲି ପଞ୍ଚାୟତ  ରିଶିପୁର ଗ୍ରାମର ଗୋପିନାଥ ଦଲାଇ ଯାଜପୁର ସହରରେ ମାଛ ବ୍ୟବସାୟ କରୁଥିବା ବେଳେ ରେଡକ୍ରସ ଛକ‌ ଠାରେ ପରିବାର ସହ ଭଡାରେ ରହୁଥିଲେ।  ତେବେ ଆଜି  ନିଜର ୧୮ ବର୍ଷୀୟ ପୁଅ ଜୀବନ ସହ  ପରିବାରର ଘରୋଇ ଝଗଡା ହୋଇଥିଲା। ଘରେ ଗୋପିନାଥ ନଥିବା ବେଳେ ମାଆ ଓ ଭଉଣୀ ଉପସ୍ଥିତ ଥିଲେ। କିନ୍ତୁ ରାଗବଶତଃ ହୋଇ ଜୀବନ ଘର ନିକଟ ପାଇଖାନାରେ ଘରେ ବେକରେ ରଶି ଲଗାଇ ଦେଇଥିଲେ।  ଫେରିବା ବିଳମ୍ବ ହେବାରୁ କବାଟ ଭାଙ୍ଗି ଦେଖନ୍ତି ଜୀବନ ରଶି ଲଗାଇ ଦେଇଛନ୍ତି। ପରିବାରର କାନ୍ଧ ବୋବାଳି ଭିତରେ ଜୀବନର ଶେଷ ନିଶ୍ବାସ ଚାଲୁଥିବା ବେଳେ ଚିକିତ୍ସାଳୟ ଆଣିବା ବିଳମ୍ବ ହୋଇଗଲା। ପାଖପଡୋଶୀ ପହଞ୍ଚି ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଟାଉନ ଥାନା ପୁଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରିଛି।