ବେକରେ ଗାମୁଛା ଦେଇ ଯୁବକଙ୍କ ଆତ୍ମହତ୍ୟା

ଭବାନୀପାଟଣା: ଭବାନୀପାଟଣା ସହର କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଜଣେ ଯୁବକ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଭବାନୀପାଟଣା ସହର ନିକଟ କେନ୍ଦ୍ରୀୟ ବିଦ୍ୟାଳୟ ସାମ୍ନା ରାସ୍ତା ଆର ପାର୍ଶ୍ବରେ ଜଣେ ଯୁବକ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିଲା। ଏ ନେଇ ସ୍ଥାନୀୟ ଲୋକେ ଭବାନୀପାଟଣା ଟାଉନ ଥାନାକୁ ଖବର ଦେଇଥିଲେ। ପୁଲିସ ଏଏସଆଇ ଦେବେନ୍ଦ୍ର ନାୟକ ଘଟଣାସ୍ଥଳରେ ପହଁଚି ଶବ ଜବତ କରିଥିଲେ। ଏ ନେଇ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଵର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ମୃତ ଯୁବକ ପ୍ରଦେଶୀପଡ଼ାର ମୁରଲୀଧର ରାଉତ (୩୨)ବୋଲି ଜଣାପଡିଛି।

 

 

 

 

 

 

 

 

ସମ୍ବନ୍ଧିତ ଖବର