ନୂଆ ସ୍ମାର୍ଟଫୋନ୍‌ ପାଇଁ ଯୁବକଙ୍କ ଆତ୍ମହତ୍ୟା

ରାଉରକେଲା: ପରିବାରଲୋକ ନୂଆ ସ୍ମାର୍ଟଫୋନ୍‌ କିଣିବାକୁ ଦେଲେନି ବୋଲି ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ବିଶ୍ରା ଥାନା ଅନ୍ତର୍ଗତ ସାମଯୋଦୁଆ ଗାଁ ଗଞ୍ଜୁ ଟୋଲୀର  ଦୁବରାଜ ପ୍ରଧାନଙ୍କ ପୁଅ ସୁମିତ ପ୍ରଧାନ(୧୮)। ସୁମିତ ଏକ ବେସରକାରୀ ଆଇଟିଆଇର ଛାତ୍ର ଥିଲେ। ବ୍ୟବଚ୍ଛେଦପରେ ଶବକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ପୁଲିସ ସୂଚନାଅନୁସାରେ, ଗତ ଶୁକ୍ରବାର ଦିନ ବାପାଙ୍କୁ ସୁମିତ ସ୍ମାର୍ଟ ଫୋନ କିଣିଦେବାକୁ ଜିଦ୍‌ କରିଥିଲେ। ମାତ୍ର ପାଖରେ ଅର୍ଥ ନ ଥିବାରୁ ଦୁଇ ମାସ ପରେ କିଣିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ସୁମିତ ଗତକାଲି ରାତିରେ ବେକରେ ଗାମୁଛା ଦେଇ ବେଡରୁମ୍‌ରେ ଆତ୍ମହତ୍ୟା କରିଥିଲେ। ଆଜି ସକାଳେ ପରିବାରଲୋକ ସୁମିତଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇଥିଲେ। ସୂଚନା ଦେବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର