ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ କାଜୁ ଗଛରୁ ଉଦ୍ଧାର

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ପାତିଆ ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଏକ କାଜୁ ଗଛରୁ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଲେ ଶିବ ଭତରା (୨୩)। ଆଜି ଏ ନେଇ ମୃତ ଶିବ ଭତରାର ଭାଇ ସଦନ ଭତରା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସୂଚନା ଅନୁଯାୟୀ ଡାବୁଗାଁ ଥାନା ଚଚରାଗୁଡ଼ା ପଞ୍ଚାୟତ ଅଧୀନ ପାତିଆ ଗ୍ରାମର ଶିବ ଭତରା ଗତକାଲି ରାତି ଖାଇ ସାରିବା ପରେ ବାହାରକୁ ଯାଇଥିଲେ। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନ ଥିଲେ। ଆଜି ସକାଳେ ଦାଢ଼ିଆଗୁଡ଼ା ଗ୍ରାମ ନିକଟ ଏକ କାଜୁ ଗଛରେ ଶିବ ଭତରାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗ୍ରାମ ଲୋକେ ଦେଖିଥିଲେ। ବେକରେ ଏକ ଗାମୁଛା ସାହାଯ୍ୟରେ ଶିବ ଫାଶୀ ହୋଇଥିବା ଦେଖାଯାଇଥିଲା। ତୁରନ୍ତ ଗ୍ରାମବାସୀ ଏ ନେଇ ପାତିଆ ଗ୍ରାମରେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ପରିବାର ଲୋକେ ଦାଢ଼ିଆ ଗୁଡ଼ା ଗ୍ରାମରେ ଆସି ଦେଖିବା ବେଳକୁ ଶିବ ଭତରାଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। ଶିବର ଭାଇ ସଦନ ଭତରା ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଏହାର ତଦନ୍ତ କରୁଛନ୍ତି ଡାବୁଗାଁ ପୁଲିସ ଏସ୍‌.ଆଇ ଜଗଦୀଶ ଚନ୍ଦ୍ର ପାଣିଗ୍ରାହୀ।

ସମ୍ବନ୍ଧିତ ଖବର