ବେକରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଦୁଦୁରାବସ୍ତ ଗ୍ରାମର ମାନସରଞ୍ଜନ ସାହୁ ନାମକ ଜଣେ ଯୁବକ ଆଜି ଅପରାହ୍ନରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ତେବେ ମାନସଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ କ‘ଣ ଜଣାପଡ଼ିନଥିବା ବେଳେ ପାରିବାରିକ କଳହ ଯୋଗୁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଖବର ପାଇ ବାଲିଅନ୍ତା ଥାନାବ ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିଛି। ହେଲେ ଆଜି ସଂଧ୍ୟା ସୁଦ୍ଧା ଶବ ବ୍ୟବଚ୍ଛେଦ ହୋଇପାରିନଥିବା ବେଳେ ଆସନ୍ତା କାଲି କରାଯିବ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ ଆଜି ଦିନ ସାଢ଼େ ୧ଟା ବେଳେ ମାନସ ନିକ ଶୋଇବା ଘରେ ବେକରେ ଗାମୁଛା ବାନ୍ଧି ଫ୍ୟାନରେ ଝୁଲିପଡ଼ିଥିଲେ। ପରିବାର ଲୋକ ମାନସ ଫ୍ୟାନରେ ଝୁଲୁଥିବା ଦେଖି ଚିତ୍କାର କରି ପଡ଼ୋଶୀମାନଙ୍କୁ ଡାକ ପକାଇଥିଲେ। ପଡ଼ୋଶୀମାନେ ପହଞ୍ଚି ମାନସକୁ ତଳକୁ ଓହ୍ଲାଇଥିଲେ। ହେଲେ ସେତେବେଳକୁ ମାନସଙ୍କର ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକ ତାଙ୍କୁ ହସ୍ପିଟାଲକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର