ବେକରେ ଗାମୁଛା ଦେଇ ଯୁବକର ଆତ୍ମହତ୍ୟା

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କୁମ୍ଭାରଗୁଡ଼ାର ଜଣେ ୨୨ ବର୍ଷର ଯୁବକ ଏକ ଲିମ୍ବ ଗଛରେ ବେକରେ ଗାମୁଛା ଦେଇ ଆଜି ଆତ୍ମହତ୍ୟା କରିଛି । ଯୁବକ ଜଣକ ଉଦ୍ଧବ ଭତରା (୨୨) ବୋଲି ଜଣା ପଡିଛି । ଯୁବକର ବାପା ପୂର୍ଣ୍ଣ ଭତରା ଆଜି ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଡାବୁଗାଁ ଥାନା ସୀଙ୍ଗସାରି ଫାଣ୍ଡି ଅନ୍ତର୍ଗତ କୁମ୍ଭାରଗୁଡ଼ାର ଉଦ୍ଧବ ଭତରା (୨୨) ଗତକାଲି ନିକଟ ଘୋଡ଼ାଖୁଣ୍ଟା ଗ୍ରାମରେ ତା ଶ୍ଵଶୁର ଘର ମହାଦେବ ଭତରା ଘରେ ରହିଥିଲା ।

ଆଜି ସକାଳୁ ଶୌଚ ପାଇଁ ଯିବି କହି ଘରୁ ବାହାରକୁ ସକାଳୁ ଯାଇଥିଲା । ତେବେ ଘୋଡ଼ାଖୁଣ୍ଟାରୁ ଏକ କିମି ଦୂର ମେଞ୍ଜୋର ରାସ୍ତାରେ ଥିବା ଏକ କିମ୍ବା ଗଛରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିଲା । ସକାଳ ପ୍ରାୟ ସାଢେ଼ ସାତ ଘଣ୍ଟ ସମୟରେ ଗ୍ରାମ ଲୋକେ ଉଦ୍ଧବ ଆତ୍ମହତ୍ୟା କରିଥିବା ନେଇ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ମୃତ ଯୁବକର ବାପା ଏ ନେଇ ସୀଙ୍ଗସାରି ଫାଣ୍ଡି ଅଧିକାରୀ ଏଏସଆଇ କୈଳାସ ଚନ୍ଦ୍ର ବେହେରାଙ୍କୁ ଏତଲା ଦେବା ପରେ ଫାଣ୍ଡି ଅଧିକାରୀ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା କେଶ ନ ୦୬/୨୦ ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି । ଯୁବକର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଏହାର ତଦନ୍ତ ଜାରି ରହିଥିବା ପୁଲିସ ଏଏସଆଇ କୈଳାଶ ଚନ୍ଦ୍ର ବେହେରା କହିଛନ୍ତି ।

ସମ୍ବନ୍ଧିତ ଖବର