ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, କିଛି ଦିନ ତଳେ କରିଥିଲେ ବିବାହ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଦିଘି ଗ୍ରାମରେ ଶୁକ୍ରବାର ଅଘଟଣ ଘଟିଛି। ତିନି ଦିନ ହେଲା ଗ୍ରାମର ୧୦ଟି ପରିବାର ଅନ୍ଧାରରେ ଥିଲେ। ଅନ୍ଧାରରେ ଅତିଷ୍ଠ ହୋଇ ଗ୍ରାମର ଯୁବକ ଅନିରୁଦ୍ଧ ବିଦ୍ୟୁତ ଖୁଣ୍ଟରେ ଚଢ଼ି ସଜାଡୁ ଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇ ଥିଲେ। ସଂଗେ ସଂଗେ ତାଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣାଯାଇଥିଲ। ମାତ୍ର ଅନିରୁଦ୍ଧଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କିଛି ଦିନ ହେଲା ଯୁବକ ଜଣକ ବିବାହ କରିଥିଲେ। ଅନିରୁଦ୍ଧଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର