ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ରେବଣାପାଳସପାଳ ପଞ୍ଚାୟତ ମସିଣାଯୋଡ଼ି ଗ୍ରାମର ବ୍ରଜକିଶୋର ମୁଣ୍ଡା (୪୫)ଙ୍କ ଉପରେ ଆଜି ଅପରାହ୍ଣରେ ଏକ ଧାନ ଡୋଲି ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି। ବ୍ରଜ ଓ ତାଙ୍କ ପତ୍ନୀ ଜେମାମଣି ଅମଳ ଧାନକୁ ଏକ ଡୋଲିରେ ରଖୁଥିବାବେଳେ ହଠାତ୍ ଡୋଲିଟି ବ୍ରଜଙ୍କ ଉପରେ ଖସିପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଧାନ ଡୋଲି ଖସିପଡ଼ିବାରୁ ଯୁବକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2020/11/2b24a7bf-c1a4-48d1-9a13-33c862b8be31.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)