ନାକଟିଦେଉଳ: ସରାପାଲି ପଞ୍ଚାୟତ ଜେମାଜୁରି ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ବିଦ୍ୟୁତ୍ ଆଘତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ହେଲେ ମନୋଜ କିସାନ୍ (୨୪)। ସୂଚନା ଅନୁଯାୟୀ ମନୋଜ ଗାଧୋଇବା ପାଇଁ ଟୁଲୁ ମୋଟର ପମ୍ପରେ ବିଦ୍ୟୁତ୍ ସଂଯୋଗ କରୁଥିବା ବେଳେ କରେଣ୍ଟ୍ ଲାଗିଥିଲା। ଅଚେତ ଅବସ୍ଥାରେ ତାଙ୍କୁ ନାକ୍ଟିଦେଉଳ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। କିସିଣ୍ଡା ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଆସନ୍ତାକାଲି ରେଢାଖୋଲ ଡାକ୍ତରଖାନାକୁ ପଠାଯିବ ବୋଲି ଜଣା ପଡିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp