ପୋଖରୀକୁ ଫୁଲ ତୋଳିବାକୁ ଯାଇ ପାଣିରେ ବୁଡି ଯୁବକ ମୃତ

ପାଇକମାଳ: ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଛେତେଙ୍ଗା ପଞ୍ଚାୟତ ବ୍ରାହ୍ମଣଢିହି ଗ୍ରାମର ଏକ ପୋଖରୀରୁ ଜଣକର ମୃତଦେହ ପାଇକମାଳ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କର ସହାୟତା ରେ ଉଦ୍ଧାର କରିଛି । ମୃତକ ଜଣକ ହେଲେ ସେହି ଗ୍ରାମର ବିଶ୍ଵାମିତ୍ର ଭୋଇ (୫୨) ।  ମିଳିଥିବା ସୂଚନା ଅନୁସାରେ ବିଶ୍ଵାମିତ୍ର ଗତକାଲି ଦିନ ସକାଳୁ ଗାଁ ପୋଖରୀକୁ ଫୁଲ ତୋଳିବା ପାଇଁ ଯାଇଥିଲେ । ଫୁଲ ତୋଳିବା ସମୟରେ ତାଙ୍କର ଗୋଡ଼ ଖସିଯିବାରୁ ସେ ଗଭୀର ପାଣି ଭିତରକୁ ପଶି ଜୀବା ସହିତ କଇଁ ଫୁଲ ଗଛରେ ଛନ୍ଦି ହୋଇବାରୁ ପାଣିରେ ବୁଡି ଯାଇଥିବା ଅନୁମାନ କରାଯାଉଛି ।

ଏହା ସହିତ ଗତ କିଛିଦିନ ହେଲା ମୃତକଙ୍କର ଦେହ ମଧ୍ୟ ଅସୁସ୍ଥ ଥିବାର ଜଣାପଡ଼ିଛି। ଏହା ସହିତ ତାଙ୍କୁ ଫିଟସ ମଧ୍ୟ ଥିବାର ଜଣାପଡ଼ିଛି । ମୃତକ ଙ୍କର ଘର ଲୋକେ ଗତକାଲି ସନ୍ଧ୍ୟାରେ ପାଇକମାଳ ଥାନାରେ ଖବର ଦେଇଥିଲେ । ରାତି ସମୟରେ ଶବ ଉଦ୍ଧାର କରାଯାଇ ପାରିନଥିଲା । ସୋମବାର ସକାଳୁ ପୁଲିସ ଓ ଅଗ୍ନିଶମ ବିଭାଗର ସହାୟତାରେ ପାଣି ଭିତରେ ଭାସୁଥିବା ମୃତକଙ୍କର ଶବ ଉଦ୍ଧାର କରିଥିଲେ । ପାଇକମାଳ ଥାନାର ସବ ଇନ୍ସପେକ୍ଟର ପ୍ରଫୁଲ୍ଲ ପାଣିଗ୍ରାହୀ କେଶ ନମ୍ବର ୨୭/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଶବକୁ ବ୍ୟବଛେଦ ପାଇଁ ପଦ୍ମପୁର ଡାକ୍ତରଖାନାକୁ ପଠା ଯାଇଛି ଓ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଥାନା ଆଇଆଇସି ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର