ରାଉରକେଲା: ଆଜି ଗଭୀର କୂଅ ଭିତରେ ପଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ ଲାଠିକଟା କଲରାଖମନର ସଞ୍ଜୟ ଏକ୍କା (୩୨)। ଲାଠିକଟା ପୁଲିସ ଶବ ଜବତ କରି ବ୍ୟବଚ୍ଛେ୍ଦ ପାଇଁ ପଠାଇଛି। ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଆଜି ଅପରାହ୍ନରେ ସଞ୍ଜୟ ପ୍ରାୟ ୪୦ ଫୁଟ୍ ଗଭୀର ଏକ କୂଅରେ ପଡିଯାଇଥିଲେ। ସୂଚନା ପାଇ ରାଉରକେଲାରୁ ଅଗ୍ନିଶମବାହିନୀ ତୁରନ୍ତ ଯାଇ ସେଠାରେ ପହଞ୍ଚିଥିଲା। ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍)କୁ ପଠାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କୂଅରେ ପଡି ଯୁବକଙ୍କର ମୃତ୍ୟୁ
/sambad/media/post_attachments/wp-content/uploads/2021/01/dead-body-in-well-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)