ତେଲକୋଇ: ଆଜି ପୂର୍ବାହ୍ନ ୧୦ଟା ବେଳେ କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ବେଣିଡିହି ଗ୍ରାମସ୍ଥିତ ମା ତାରିଣୀ ମାଇନିଙ୍ଗ ସର୍ଭିସ୍ ଷ୍ଟୋନ କ୍ବାଆରୀରେ ଏକ ମୋବାଇଲ କ୍ରସର ମେସିନ ଖସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କାଞ୍ଜିପାଣି ଥାନା ବେଣିଡିହି ଗ୍ରାମ ଅମରସା ସାହିର ସ୍ବର୍ଗତ ଶୁକୁଟା ସନଗିଙ୍କ ପୁଅ ଭରତ ସନଗି।ଏକ ପୁରୁଣା କ୍ରସର ମେସିନକୁ ଅନଭିଜ୍ଞ ଶ୍ରମିକଙ୍କ ଦ୍ବାରା ବିନା ସୁରକ୍ଷାରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ବେଳେ ମେସିନ ଖସି ପଡିବାରୁ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତେବେ ସୈାଭାଗ୍ୟକୁ ଅନ୍ୟ ୫ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ କାଞ୍ଜିପାଣି ଓ ତେଲକୋଇ ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି। ତେବେ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ କ୍ରସର ବନ୍ଦ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।
ପଥର ଖଣିରେ ମେସିନ ପଡି ଯୁବକ ମୃତ
/sambad/media/post_attachments/wp-content/uploads/2020/11/22f88711-10a5-4fd7-aac5-39f3697a56ef.jpg)