ରାଉରକେଲା: ଦାଦନ ଖଟିବାକୁ ଟ୍ରେନ୍ରେ ଯାଉଥିବାବେଳେ ବନ୍ଧମୁଣ୍ଡା ଅଞ୍ଚଳର ଜଣେ ଯୁବକଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଡୁମେର୍ତ୍ତା ତୁରୀ ବସ୍ତିର ବାହାନ ତୁରୀ(୨୮)। ମୃତଦେହକୁ ତୁଣ୍ଡଲା ରେଳବାଇ ଜଙ୍କସନରେ ଓହ୍ଲାଇବାପରେ ଆଜି ସନ୍ଧ୍ୟାରେ ବନ୍ଧମୁଣ୍ଡା ଅଭିମୁଖେ ଅଣାଯାଉଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ପଞ୍ଜାବସ୍ଥ ଏକ ଘରୋଇ କମ୍ପାନିରେ କାମ କରିବାକୁ ବାହାନ ତାଙ୍କର ଅନ୍ୟ କିଛି ବନ୍ଧୁଙ୍କ ସହ ଟ୍ରେନ୍ରେ ପଞ୍ଜାବ ଅଭିମୁଖେ ବାହାରିଥିଲେ। ଗତ ସୋମବାର ଦିନ ସେମାନେ ରାଉରକେଲା ରେଳ ଷ୍ଟେସନରୁ ଜମ୍ମୁତାୱି ଏକ୍ସପ୍ରେସ୍ରେ ଯାତ୍ରା ଆରମ୍ଭ କରିଥିଲେ। ତେବେ ଯାତ୍ରା ସମୟରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ତା୍ଙ୍କ ନାକ ଓ ପାଟିରୁ ରକ୍ତ ବାହାରିଥିଲା। ଏହାର କିଛି ସମୟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ପରେ ତାଙ୍କର ସାଙ୍ଗମାନେ ତୁଣ୍ଡଲା ରେଳ ଷ୍ଟେସନରେ ମୃତଦେହକୁ ଓହ୍ଲାଇଥିଲେ। ବନ୍ଧମୁଣ୍ଡା ସରପଞ୍ଚ ଅନୀତା ତିର୍କି ଏକ ଆମ୍ବୁଲାନ୍ସ ବନ୍ଦୋବସ୍ତ କରିବାସହ ୨୦ ହଜାର ଟଙ୍କା ଆର୍ଥିକ ସହାୟତା କରିଥିଲେ। ସେଠାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା।
ଦାଦନ ଖଟିବାକୁ ପଂଜାବ ଯାଉଥିଲେ, ବାଟରେ ହେଲା ମୃତ୍ୟୁ
/sambad/media/post_attachments/wp-content/uploads/2022/07/fa826bb8-78ca-4985-bc50-1612b71cb442.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)