ଅଜଣା ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ଟ୍ରାକ୍ଟର ଚାଳକ ଫେରାର 

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ କଟମସିଙ୍ଗ ଗ୍ରାମ ରାସ୍ତାରେ ଶନିବାର ସନ୍ଧ୍ୟା 6ଘଣ୍ଟା ସମୟରେ ଏକ ଅଜଣା ଟ୍ରାକ୍ଟର ଧକ୍କାରେ ଜଣେ ଯୁବକ ମୃତ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଶଗଡା ପଂଚାୟତ ଅନ୍ତର୍ଗତ ଡମପଡା ଗ୍ରାମର ସନ୍ତୋଷ ଦନାୟକ (୨୪) କଟମସିଙ୍ଗ ନିକଟରେ ଏକ କପା ବାରିରେ କାମ କରି ଫେରୁଥିଲେ। ରାସ୍ତାରେ ଏକ ଅଜଣା ଟ୍ରାକ୍ଟର ତାଙ୍କୁ ପଛପଟୁ ଧକ୍କା ଦେଇ ଫେରାର ହୋଇଥିବା ଜଣାପଡିଛି । ସେ ରାସ୍ତାରେ ଛିଟିକି ପଡି ଯାଇଥିବା ବେଳେ ସ୍ଥାନୀୟ ଲୋକମାନେ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତର ଖନା ପଠାଇଥିଲେ। ହେଲେ ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବଘିଆପଡା ଫାଣ୍ଡି ଅଧିକାରୀ ତପନ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି । ଘଟଣାସ୍ଥଳରୁ ଟ୍ରାକ୍ଟର ଚାଳକ ଫେରାର ହୋଇ ଯାଇଯାଇଛି ।
ସମ୍ବନ୍ଧିତ ଖବର