କାମାକ୍ଷାନଗର: ଅଜଣା ଗାଡି ଧକ୍କାରେ ଆଜି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବଡ଼ସୁଆଁଳ ପଞ୍ଚାୟତ ଅନ୍ତର୍ଗତ ସିରସେସ ଗ୍ରାମର ଦୀପ୍ତିରଞ୍ଜନ ସାହୁ (୨୬ବର୍ଷ)। ସୂଚନା ଅନୁସାରେ ଦୀପ୍ତିରଞ୍ଜନ ବଡ଼ସୁଆଁଳରୁ ନିଜ ଗାଁକୁ ଯାଉଥିବା ବେଳେ ଗାଁ ଛକ ନିକଟରେ ଅପରାହ୍ଣ ପ୍ରାୟ ୩ଟା ସମୟରେ ଚାଲିଚାଲି ଆସୁଥିଲା ବେଳେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୀପ୍ତିରଞ୍ଜନ ଛଟପଟ ହେଉଥିଲେ। ସ୍ଥାନୀୟ ଲୋକ ଖବର ପାଇ ତୁରନ୍ତ ତାଙ୍କୁ କାମାକ୍ଷାନଗର ମେଡିକାଲକୁ ନେଇ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୀପ୍ତିରଞ୍ଜନଙ୍କ ଅକାଳ ବିୟୋଗରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2022/06/Accident_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)