ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ଛକରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ୍ କରିମୂଳ ଗ୍ରାମର ଉପେନ୍ଦ୍ର ସ୍ୱାଇଁଙ୍କ ପୁଅ ଜୟନ୍ତ(୨୮)। ସୂଚନା ମୁତାବକ ଜୟନ୍ତ ଚୌଦ୍ୱାରସ୍ଥିତ ଏକ କମ୍ପାନିରେ ଚାକିରି କରିଥିଲେ। ଆଜି ଭୋରରୁ ସେ ଚୌଦ୍ୱାରରୁ ବାଇକ୍ ଯୋଗେ ଆସୁଥିବା ବେଳେ ଚଣ୍ଡିଖୋଲ ଛକ ଠାରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ବଡ଼ଚଣା ଡାକ୍ତରଖାନାରେ ପହଞ୍ଚିବା ପରେ ଏନେଇ ବଡ଼ଚଣା ଥାନାରେ ଅଭିଯୋଗ କରିଥିଲେ। ଥାନା କେସ ନମ୍ବର ୨୬/୨୪ ରେ ମାମଲା ରୁଜୁ କରାଯାଇଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତହେଦ ହସ୍ତାନ୍ତର କରାଯାଇଛି।
ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ
/sambad/media/post_attachments/wp-content/uploads/2023/06/dead-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)