କଂପାନିରୁ ଡ୍ୟୁଟି ସାରି ଫେରୁଥିବା ବେଳେ ବାଇକ୍‌ ଆରୋହୀ ଯୁବକଙ୍କ ପଛପଟରୁ ଚଢ଼ିଗଲା ଟ୍ରକ୍‌

ବଅଁରପାଳ: କଂପାନିରେ ଡ୍ୟୁଟି ସାରି ଫେରୁଥିବା ବେଳେ ପଛପଟରୁ ଦ୍ରୁତଗତିରେ ଆସୁଥିବା ଟ୍ରକ୍‌ ଜଣେ ବାଇକ୍‌ ଆରୋହୀ ଯୁବକଙ୍କ ଉପରେ ଚଢ଼ି ଯାଇଛି। ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥ ନୂତନ ବାଇପାସ୍ ଛକ ନିକଟରେ ଏହି ଅଘଟଣ ଘଟିଛି। ମୃତକ ହେଲେ ଅକ୍ଷୟ ବେହେରା (୩୨)।

ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳ ଗ୍ରାମ ନିକଟସ୍ଥ ମାଧପୁର ଅଞ୍ଚଳର ଅକ୍ଷୟ ବେହେରା ଆଜି ଦିନ ୧ଘଟିକା ସମୟରେ ସେ ନିଜ ବାଇକ୍ (ଓଆର୍ ୧୯ ଏଚ୍ ୪୬୫୮)ରେ ଟାଟା ଷ୍ଟିଲ୍ କମ୍ପାନିରୁ ଡିୟୁଟି ସାରି ବଅଁରପାଳ ମେସକୁ ଫେରୁଥିବା ସମୟରେ ନୂଆହତା ବାଇପାସ୍ ଛକ ରେତାଙ୍କ ପଛରୁ ଆସୁଥିବା ଟ୍ରକ୍‌ (ଓଡ଼ି ୧୯ ଏଲ୍ ୪୨୫୮) ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତୁ ଘଟିଥିଲା। ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟାଳୟକୁ ପଠାଇ ଥିବା ଜଣା ପଡିଛି। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର