ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ-ସିନାପାଲି ରାସ୍ତାର ଡୁଆଝର ଗ୍ରାମ ନିକଟରେ ମଙ୍ଗଳବାର ଏକ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ଜଣକ ବୋଡ଼େନ ବ୍ଲକ ଡମଝର ଗ୍ରାମର ସତ୍ୟ ବେହେରା (୩୦) ବୋଲି ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ ସତ୍ୟ ବାଇକ୍ ନେଇ ସିନାପାଲି ପଟୁ ଖଡ଼ିଆଳ ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ବେଳେ ଡୁଆଝର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଖଡ଼ିିଆଳ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏ ନେଇ ଖଡ଼ିଆଳ ଥାନା ପୁଲିସ୍ କେସ୍ ନଂ. ୩୧/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।
ବାଇକ ଦୁର୍ଘଟଣାରେ ଯୁବକ ମୃତ
/sambad/media/post_attachments/wp-content/uploads/2019/11/Accident_Bike_Road_2.jpg)
/sambad/media/agency_attachments/2024-07-24t043029592z-sambad-original.webp)