ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ଗୁମାଡେରା ଲୁହୁରାପଡାରେ ଏକ ହତ୍ୟାକାଣ୍ଡ ଘଟିଯାଇଛି। ଏହି ହତ୍ୟାକାଣ୍ଡର ଶିକାର ହୋଇଛି ଜଣେ ସ୍ଥାନୀୟ ଯୁବକ ମନୋଜ ବିଶ୍ୱାଳ(୩୧) । ଘଟଣାଟି ଗତକାଲି  ରାତି ୮ଟାରେ ଘଟିଛି। ପରିବାର ଲୋକ ମନୋଜକୁ ଚିକିତ୍ସା ପାଇଁ ବେଲପାହାଡ଼ ଟିଆରଏ ଲ ହସ୍ପିଟାଲକୁ  ନିଆଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ  ପ୍ରମୋଦ ଭୋଇ(୩୨)କୁ ପୁଲିସ ଗିରଫ କରିଛି। ତଦନ୍ତରେ ସହାୟତା ପାଇଁ ସାଇଣ୍ଟିଫିକ ଟିମର ମଧ୍ୟ ସହାୟତା ପୁଲିସ ନେଇଥିଲା।ସେମାନେ ଘଟଣାସ୍ଥଳରୁ ରକ୍ତ ନମୁନା ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ସଂଗ୍ରହ କରି ଫେରିଯାଇଛନ୍ତି। ପୁଲିସ ଶବ ଜବତକରି ବ୍ୟବଛେଦ ପାଇଁ ପଠାଇ ଘଟଣାର ଅନୁସନ୍ଧନ କରୁଥିବା ବେଲପାହାଡ଼  ଆଇ ଆଇ ସି ରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି।

Advertisment

ଅଭିଯୁକ୍ତ ପ୍ରମୋଦ ଭୋଇର ପ୍ରକୃତ ଘର ବନହର ପାଲି ଥାନା ଅନ୍ତର୍ଗତ ରଂପେଲା ଠାରେ। ସେ ଏ ବେ ବେଲପାହାଡ଼ ଲୁହୁରାପଡା ନିକଟରେ  ଶ୍ବଶୁର ଘରେ ରହୁଛି। ମନୋଜର ଘର ମଧ୍ୟ ଲୁହୁରାପଡ଼ାରେ। ଗତକାଲି ସନ୍ଧ୍ୟା ସାଢ଼େ ୭ଟାରେ ଦୁଇଜଣ ଘରୁ ବାହାରି ଯାଇଥିଲେ। ବାଟରେ କୌଣସି କଥାକୁ ନେଇ ଉଭୟଙ୍କଭିତରେ ବଚସା ହେବାରୁ ପ୍ରମୋଦ ଉତକ୍ଷିପ୍ତ ହୋଇ ଏକ ବାଉଁଶ ବାଡ଼ିରେ ମନୋଜକୁ ଆଘାତ କରି ଥିଲା।ମୁଣ୍ଡରୁ ପ୍ରଚୁର ରକ୍ତ ସ୍ରାବ ହେବାରୁ ସେ ତଳେ ପଡିଯାଇଥିଲା। ଏଭଳି ଘଟଣା ଦେଖି ପ୍ରମୋଦ ସେଠାରୁ ଦୌଡ଼ି ଚାଲିଯାଇଥିଲା। ଗତକାଲି ବର୍ଷ ହେଉଥିବାରୁ ସେଠାରେ ଥିବା ଲୋକମାନେ ମନୋଜର ଘରେ ଖବର ଦେବାରେ ସାମାନ୍ୟ ବିଳମ୍ବ ହୋଇଥିଲା। ପ୍ରମୋଦ କାହିଁକି ଏଭଳି ଅମାନୁଷିକ ହତ୍ୟା କଲା ଏହା ଉପରେ ପୁଲିସ ପଚରା ଉଚରା ଜରିରଖିଛି। ଖବର ପାଇ ଝାରସୁଗୁଡା ଡି ଏସ ପି ରୋହିତ ଥାଏଟ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧନ କି ଫେରିଯାଇଛନ୍ତି। ପ୍ରମୋଦ କୋଉ କାରଣରୁ ମନୋଜକୁ ହତ୍ୟା କଲା ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହୁଁ।