ଚାଲିଚାଲି ଯାଉଥିଲେ ଯୁବକ, କାର ଧକ୍କା ଦେଇ ଫେରାର ହୋଇଗଲା

ଢେଙ୍କାନାଳ: ଗଦିଆ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମର ପଞ୍ଚାନନ ଦେହୁରୀଙ୍କର ପୁଅ ପ୍ରହ୍ଲାଦ ଦେହୁରୀ (୨୨)ଙ୍କର ଏକ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ପ୍ରହଲ୍ଲାଦ ଇଲେଇଜଙ୍ଗ ଗ୍ରାମକୁ ଚାଲିଚାଲି ଯାଉଥିଲା ବେଳେ ମୁଗପଦା ଛକଠାରେ ଗତକାଲି ପଛପଟୁ ଆସୁଥିବା ଏକ କାର ତାକୁ ଧକା ଦେଇ ପଳାଇଥିଲା । ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଁଚି ଡାକ୍ତରଖାନାରେ ଭତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲା। ସେଠାରେ ଡ଼କ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଗନ୍ଦିଆ ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି।

ସମ୍ବନ୍ଧିତ ଖବର