ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଉମୁରାହାଣ୍ଡି ଗ୍ରାମରେ ଜଣେ ବ୍ୟକ୍ତି ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି` ମୃତ ବ୍ୟକ୍ତି ଜଣକ ଉମୁରାହାଣ୍ଡି ଗ୍ରାମର ସୁନ୍ଦର ଜାନି (୪୦)। ଏ ନେଇ ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ମୃତଦେହକୁ ପୋଖରୀରୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

ସୂଚନା ଅନୁଯାୟୀ ଉମୁରାହାଣ୍ଡି ଗ୍ରାମର ସୁନ୍ଦର ଜାନି ଗତକାଲି ପ୍ରାୟ ୧୨ ଘଣ୍ଟା ସମୟରେ ତା ନିଜ ଜମିରେ କାମ କରୁଥିବା ଶ୍ରମିକ ମାନଙ୍କ ନିମନ୍ତେ ଚାହା ଏକ କେଟିଲିରେ ନେଇ ଯାଇଥିଲେ। ତା ପରେ ସେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ସନ୍ଧ୍ୟା ପର୍ଯ୍ୟନ୍ତ ସୁନ୍ଦର ଘରକୁନ ଫେରିବାରୁ ବହୁ ସ୍ଥାନରେ ଖୋଜା ଖୋଜି କରିଥିଲେ। କିନ୍ତୁ କୌଣସି ଖୋଜ ଖବର ପାଇ ନ ଥିଲେ। ଆଜି ସକାଳ ପ୍ରାୟ ୮ ଘଣ୍ଟ ସମୟରେ ଗ୍ରାମ ନିକଟ ମନ ଭତରାର ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ପରିବାର ଲୋକେ ଜାଣି ପାରିଥିଲେ।

ପୋଖରୀ ହୁଡ଼ାରେ ମୃତ ସୁନ୍ଦର ଜାନିର ଜୋତା, ଚାହା କେଟିଲି ଓ କୋଦାଳ ରହିଥିଲା। ସୁନ୍ଦର ଜାନି ପୋଖରୀରେ ବୁଡି ଥିବା ଜାଣି ତା ସମ୍ପର୍କୀୟ ରମେଶ ଜାନି ଡାବୁଗାଁ ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ମୃତ ସୁନ୍ଦର ଜାନିର ଶବ ପୋଖରୀ ମଧ୍ୟରୁ ଉଦ୍ଧାର କରାଯାଇଥିଲା। ଏ ନେଇ ଡାବୁଗାଁ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏସ.ଆଇ ଅରୁଣ ପଟ୍ଟନାୟକ ଏହାର ତଦନ୍ତ କରୁଛନ୍ତି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର