ସୁନ୍ଦରଗଡ଼: ରବିବାର ସକାଳ ୯ଟାରେ ସୁନ୍ଦରଗଡ଼ ସହର ମିସନରୋଡସ୍ଥିତ ଭି-୨ ଦୋକାନ ନିକଟରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ପଶ୍ଚିମବଙ୍ଗ ନଦିୟା ଅଞ୍ଚଳର ମନୋଜିତ ହାଲଦାର (୩୨)। ଏକ ଘରୋଇ କମ୍ପାନିର କର୍ମଚାରୀ ଭାବେ ଯୋଗ ଦେଇଥିବା ମନୋଜିତ ୨ ମାସ ହେଲା ପତ୍ନୀ ଓ ଛୋଟ ପୁଅ ସହ ମିସନରୋଡରେ ଏକ ଘର ଭଡ଼ା ନେଇ ରହୁଥିଲେ। ରବିବାର ସକାଳେ ସେ ଘରୁ ବାହାରି ଲୁହା ଗେଟକୁ ଛୁଇଁବା କ୍ଷଣି ଝଟକା ଖାଇ ତଳେ ପଡ଼ି ଯାଇଥିଲେ। ଏହି ସମୟରେ ସେଠାିରେ ଉପସ୍ଥିତ ଜଣେ ବ୍ୟକ୍ତି ଦୌଡ଼ି ଆସିଥିଲେ। କିନ୍ତୁ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ଗେଟରେ ଲାଗିଥିବା ଦେଖି ପଛକୁ ହଟି ଯିବା ସହ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ। ତୁରନ୍ତ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଏହା ପରେ ମନୋଜିତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବକୁ ବ୍ୟବଚ୍ଛେଦ କରାଇ ପତ୍ନୀଙ୍କୁ ହସ୍ ନ୍ତର କରିଛି। ଅନ୍ୟପଟେ ଛିଣ୍ଡାତାରକୁ ବିଭାଗୀୟ କର୍ମଚାରୀ ଯୋଡ଼ି ଦେଇଛନ୍ତି। ତେ୍ବେ ବିଭାଗ ପକ୍ଷରୁ ନିୟମିତ ଭାବେ ରକ୍ଷଣାବେକ୍ଷଣ ବା ଦୁର୍ବଳ ତାରକୁ ବଦଳାଇବା ବା ମରାମତି କରାଯାଉ ନଥିବାରୁ ଏପରି ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ବିଧବା ପତ୍ନୀଙ୍କ ଟାଟାପାୱାର କ୍ଷତିପୂରଣ ବା ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ଦାବି ହେଉଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp