ଯୁବକଙ୍କ ମୁଣ୍ଡରେ ଚଢ଼ିଗଲା ଅଜଣା ଗାଡ଼ି

ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଚାନ୍ଦପଶି ଛକ ନିକଟରେ ସଂଧ୍ୟା ପ୍ରାୟ ୬ଟା ବେଳେ ଅଜଣା ଗାଡ଼ି ଜଣେ ଯୁବକଙ୍କ ମୁଣ୍ଡ ଉପରେ ଚଢ଼ିଯିବାରୁ ତାଙ୍କର ‌ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତ ଯୁବକଙ୍କ ପରିଚୟ ମିଳି ପାରି ନାହିଁ। ତାଙ୍କ ବୟସ ୨୫ ବର୍ଷ ପାଖାପାଖି ହେବ। ସେ କେନ୍ଦୁଝରରୁ ଘଟଗାଁ ଆଡ଼କୁ ଯାଉଥିଲେ। ସେ ବାଇକରୁ ଖସି ତଳେ ପଡ଼ିଯିବାରୁ କୌଣସି ଗାଡ଼ି ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।

ସମ୍ବନ୍ଧିତ ଖବର