ବାଦାମ୍‌ ଖେତକୁ ଯାଇଥିଲେ ଚାଷୀ, ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

କାଲିମେଳା: ମାଲକାନଗିରି ଜିଲ୍ଲଲା କାଲିମେଳା ଥାନା ଅନ୍ତର୍ଗତ ପୋଟେରୁ ଗ୍ରାମର ଧୀରେନ୍ଦ୍ର ସାହୁଙ୍କ ପୁଅ ମନୋଜ ସାହୁ (୨୫)ଙ୍କ ବଜ୍ରାଘାତରେ ମୃତ୍ୟ ହୋଇଯାଇଛି। ଗତକାଲି ରାତିରେ ମନୋଜ ଗ୍ରାମଠାରୁ ପ୍ରାୟ ୨କିମି ଦୂର କୁଟୁଗୁଡା ଗ୍ରାମ ନିକଟରେ ଥିବା ବାଦାମ ଖେତରେ ଥିବା ଏକ କୁଡ଼ିଆରେ ଶୋଇଥିଲେ, ତେବେ ଗତକାଲି ରାତିରେ ଘଡ଼ଘଡ଼ି ସହିତ ପ୍ରବଳ ମାତ୍ରାରେ ବର୍ଷା ହୋଇଥିଲା ବେଳେ ବଜ୍ରାଘାତ ଘଟି ମନୋଜର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି।

ମନୋଜ ବାଦାମ ଖେତରେ ରାତିରେ ଏକୁଟିୟା ଥିବାରୁ ଘଟଣା ବିଷୟରେ କେହି ଜାଣି ପାରିନଥିଲେ। ଆଜି ସକାଳେ ବଡ଼ ଭାଇ ବାଦାମ ଖେତକୁ ଗଲା ବେଳେ ସାନ ଭାଇ ମରି ପଡିଥିବାର ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ପୁଲିସକୁ ଖବର ଦେବା ପରେ ପୁଲିସ ଶବକୁ ଜବତ କରିବା ସହିତ କାଲିମେଳା ମେଡିକାଲରେ ଆଜି ବ୍ୟବଚ୍ଛେଦ କରି ଏ ସମ୍ପର୍କରେ ଏକ ମାମଲା ରୁଜୁ କରିଥିବାର ଜଣାପଡିଛି।

ସମ୍ବନ୍ଧିତ ଖବର