ସାପ କାମୁଡ଼ାରେ ଯୁବକ ମୃତ

ବ୍ରଜରାଜନଗର:  ଲଖନପୁର ବ୍ଲକ ଅନ୍ତର୍ଗତ ସମରବଗା ପଞ୍ଚାୟତର ଝାରଗାଁ ଛକରେ ଖୋଲା ଯାଇଥିବା ଜଳଛତ୍ରରେ ପାଣି ଭରୁଥିବା ସେହି ଗ୍ରାମର ଭଗବତୀଆ ଓରଫ ସୁନୀଲ ପ୍ରଧାନ (୩୬)ଙ୍କ ବିଷଧର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ସୁନୀଲ ସନ୍ଧ୍ୟାରେ ପାଣି ମାଠିଆ ଗୁଡ଼ିକୁ  ନିକଟରେ ଥିବା ରାଜୀବ ଭବନର ଏକ ଅବ୍ୟବହୃତ ଗାଧୁଆ ଘରେ ରଖି ସକାଳୁ ପୁଣି ମାଠିଆ ଜଳଛତ୍ରକୁ ଆଣି ଥାଏ।

ଶନିବାର ସକାଳ ସାଢେ ୮ଟାରେ ସେ ମାଠିଆ ଆଣି ଯାଇଥିବା ବେଳେ ସେଠାରେ ଥିବା ଏକ ଏକ ବିଷଧର ସାପ ତାକୁ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ତାକୁ ଖଲନପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା। ରେଙ୍ଗାଲି ପୁଲିସ ଏକ ଅପମୃତ୍ୟୁ ମାମଲା ଦାୟାର କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର