ଦେବଗଡ଼: ପାଣିରେ ବୁଡି ଜଣେ ଯୁବକର ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ବାରକୋଟ ଥାନାଚଂଳର ଗୁରୁସଙ୍ଗ ଗ୍ରାମର ଦେବ ପ୍ରଧାନ(୨୫) ଆଜି ଗ୍ରାମ ନିକଟସ୍ଥ ଥିବା ନାଳକୁ ଗାଧେଇବା ପାଇଁ ଯାଇଥିଲେ । କିନ୍ତୁ ଗାଧେଇବା ସମୟରେ ଅସାବଧନାବଶତଃ ଦେବଙ୍କର ଗୋଡ ଖସିଯିବାରୁ ସେ ପାଣିରେ ବୁଡିଯାଇଥିଲେ । ଫଳରେ ପାଣିରେ ବୁଡି ଯିବା ଯୋଗୁଁ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଗ୍ରାମବାସୀମାନଙ୍କ ନିକଟରୁ ସୂଚନା ପାଇ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପଂହଚି ଶବ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହିତ ଶବ ବ୍ୟବଛେଦ ପାଇଁ ପାଲଲହଡା ମେଡିକାଲକୁ ପଠାଯାଇଥିବା ବାରକୋଟ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
ପାଣିରେ ବୁଡି ଯୁବକ ମୃତ
/sambad/media/post_attachments/wp-content/uploads/2018/09/drawn-1.jpg)