ବିଂଝାରପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ସୟଦପୁର ଦେଇ ପ୍ରବାହିତ ଖରସ୍ରୋତା ନଦୀର ମହାକାଳ ଗଣ୍ଡରେ ବୁଡି ବିଂଝାରପୁର ଥାନା ନିକଟ ଲକ୍ଷ୍ମୀସାହିର ବିଷ୍ଣୁ ଚରଣ ବେହେରାଙ୍କ ପୁଅ ସଞ୍ଜୟ ବେହେରା (୩୬)ଙ୍କର ମୃତ୍ୟୁ ଘଟିଛି। ସଞ୍ଜୟ ହାଇଦ୍ରାବାଦରୁ ଆଜି ସକାଳେ ଘରକୁ ଫେରିଥିଲେ। ମଧ୍ୟାହ୍ନରେ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ଗ୍ରାମବାସୀ ଓ ବିଂଝାରପୁର ଅଗ୍ନିଶମ କର୍ମଚାରୀ ବହୁ ଖୋଜାଖୋଜି କରି ସଞ୍ଜୟଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ବିଂଝାରପୁର ପୁଲିସ ମୃତଦେହକୁ ଜବତ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Advertisment