ଚାଷ ଜମିରେ ପାଣି ମଡ଼ାଇବାକୁ ଯାଇଥିଲେ ଯୁବକ, ନଦୀରେ ବୁଡି ମୃତ୍ୟୁ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଚଚରାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କଲାର ଗୁଡ଼ାର ଜଣେ ଯୁବକ ନଦୀରେ ବୁଡ଼ି ଯିବାରୁ ମୃତ୍ୟୁ ଘଟିଛି। ଯୁବକ ଜଣକ କଲାର ଗୁଡ଼ାର ପୂରନ କଲାର (୨୭ ) ବୋଲି ଜଣା ପଡିଛି। ଏ ନେଇ ମୃତ ପୂରନର ବାପା ଯଦୁ କଲାର ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ କଲାରଗୁଡ଼ା ଗ୍ରାମର ପୂରନ କଲାର (୨୭ ) ଆଜି ସକାଳ ୮ରେ ତା ନିଜ ପନିପରିବା ଲଗାଇଥିବା ଚାଷ ଜମିରେ ପାଣି ମଡାଇବା ପାଇଁ ବାହାରିଥିଲା କିନ୍ତୁ ଚାଷ ଜମିକୁ ଲାଗିଥିବା ଅଙ୍ଗି ନଦୀରେ ସେ ବୁଡ଼ିଯିବାରୁ ତା’ର ମୃତ୍ୟୁ ଘଟିଥିଲା। ଗ୍ରାମରୁ ଏକ କିମି ଦୂରରେ ଥିବା ଅଙ୍ଗିନଦୀ ପାର୍ଶ୍ୱରେ ତା’ ଜମି ଥିବା ବେଳେ ପୂରନର ବାପା ଏକ ଘଣ୍ଟା ପରେ ସେ ମଧ୍ୟ ଚାଷ ଜମିକୁ ଆସିଥିଲା । ସେଠାରେ ସେ ତା ପୁଅକୁ ଖୋଜି ଥିଲା ଏବଂ ଡାକ ମଧ୍ୟ ପକାଇଥିଲା କିନ୍ତୁ ତା ପୁଅ ପୂରନ ନ ଦେଖା ଦେବାରୁ ସେ ତାଙ୍କ ପାଣି ମୋଟର ପାଖରେ ଆସି ଦେଖିବା ବେଳକୁ ପୁଅର ଲୁଙ୍ଗି ଓ ବାନି ୟାନ ଥିବା ଦେଖିଥିଲା।

ସେହି ପାଖରେ ଦେଖିବା ବେଳକୁ ପୁଅ ନଦୀ ପାଣିରେ ମୃତ ଅବସ୍ଥାରେ ଭାସିଥିଲା । ତୁରନ୍ତ ଏ ନେଇ ଯଦୁ କଲାର ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ପାଣିରୁ ପୂରନ କଲାର କୁ ଉଦ୍ଧାର କରିଥିଲେ ସୁଦ୍ଧା ତାର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର