ଫୁଲବାଣୀ: ଚକାପାଦ ବ୍ଲକ ଟଟାଗୁଡାର ଯୁବକ ରାହୁଲ ବେହେରା (୧୯) ଗାଧୋଇବା ସମୟରେ ପାଣିରେ ବୁଡ଼ିଯିବାରୁ ଶୁକ୍ରବାର ମୃତ୍ୟୁ ଘଟିଛି। ସେ ଆଜି ନିଜ ଘରୁ ସକାଳୁ ଆସି ରୁଜାଙ୍ଗୀରେ ସାଙ୍ଗ ମାନଙ୍କ ସହ ଗାଧେଇବା ବେଳେ ବୁଡି ଯାଇଥିଲେ। ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାହୁଲଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି। ସୂଚନା ମିଳିବା ପରେ ପୁଲିସ ହସ୍‌ପିଟାଲ ପହଂଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।