ସ୍ୱାଧୀନତା ଦିବସରେ ଶିଶୁ ମନ୍ଦିରରେ ଗଣ୍ଡଗୋଳ, ପ୍ରଧାନଆଚାର୍ଯ୍ୟଙ୍କୁ ମାଡ଼ ମାରିଥିବା ଅଭିଯୋଗ

ବାଲେଶ୍ୱର: ସୋର ଥାନା ଅନ୍ତର୍ଗତ ଅଭଣା ବାସନ୍ତୀଦେବୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁବାର ସ୍ୱାଧୀନତା ଦିବସ ପାଇଁ ଗୁରୁଜୀ-ଗୁରୁମା, ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ବ୍ୟସ୍ତ ଥିବା ବେଳେ ଏକ ପରିବାର ଲୋକେ ପଶି ଗଣ୍ଡଗୋଳ କରିଛନ୍ତି। ସଂପୃକ୍ତ ପରିବାର ଲୋକେ ପ୍ରଧାନଆଚାର୍ଯ୍ୟଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଛନ୍ତି। ବିଦ୍ୟାଳୟର ଅନ୍ୟ କର୍ମଚାରୀମାନେ ଅଟକାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ପରିବାର ଲୋକେ ଏହାକୁ ଭୃକ୍ଷେପ କରି ନାହାନ୍ତି। ଜମିବାଡ଼ିକୁ କେନ୍ଦ୍ର କରି ପରିବାରର ଲୋକେ ସ୍କୁଲର ପ୍ରଧାନଆଚାର୍ଯ୍ୟ ବିଜୟ ପଣ୍ଡାଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ସୋର ଅଂଚଳରେ ଥିବା ବେଳାଭୂମି ମହାବିଦ୍ୟାଳୟରୁ ଅବସରପ୍ରାପ୍ତ ଅଧ୍ୟକ୍ଷ ପଦ୍ମଲୋଚନ ମହାକୁର ଆଜି ତାଙ୍କ ପରିବାର ଲୋକଙ୍କ ସହିତ ଆଜି ଶିଶୁ ମନ୍ଦିରକୁ ପ୍ରବେଶ କରି ପ୍ରଧାନଆଚାର୍ଯ୍ୟଙ୍କୁ ଆକ୍ରମଣ କରିଥିଲେ।

ରିପୋର୍ଟ ଲେଖାଯିବା ବେଳକୁ ଉଭୟ ପକ୍ଷରୁ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ ହେବା ପାଇଁ ଦାନା ବାନ୍ଧୁଛି। ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି ଯେ, ଜମି ବିବାଦକୁ ନେଇ ପ୍ରଧାନଆଚାର୍ଯ୍ୟଙ୍କୁ ଆକ୍ରମଣ ହୋଇଥିଲା।

ସମ୍ବନ୍ଧିତ ଖବର