ସିଆରପିଏଫ୍‌ ଗାଡି ଧକ୍କାରେ ଯୁବକ ଗୁରୁତର

କାଲିମେଳା: ଆଜି ଦି ପ୍ରହରରେ ବିଏସଫର ଏକ ବୋଲେରୋ ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର ହୋଇପଡିଥିବାର ଜଣାପଡିଛି। ଯୁବକଙ୍କ ନାଁ ନୀତିଶ ବାରୋଇ ଓ ଘର ଏମଭି ୫୬ ଗ୍ରାମ। ନୀତିଶ ଏକ ବାଇକ ଯୋଗେ ପଡିଆରୁ କାଲିମେଳା ଆସୁଥିବା ବେଳେ ଏମଭି ୭୯ ପଟରୁ ମାଲକାନଗିରି ଅଭିମୁଖେ ଯାଉଥିବା ସିଆରପିଏଫ୍‌ ବୋଲେରୋ ଗାଡିଟି କାଲିମେଳା ମୁଖ୍ୟ ଛକ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଫଳରେ ନୀତିଶ ୩୦ ଫୁଟ ଦୁରକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଯୁବକ ମନେ ଆହତ ଯୁବକକୁ କାଲିମେଳା ମେଡିକାଲ ନେଇ ଭର୍ତି କରିଥିବାବେଳେ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧିତ ଖବର