ଲକ୍ଷ୍ମୀପ୍ରସାଦ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ତେଲିବନ୍ଧ ଠାରେ ବୁଧବାର ସନ୍ଧ୍ୟା ୮ଟାରେ ଏକ ବାଇକ ଦୁର୍ଘଟଣାରେ ଆହତ ଯୁବକଙ୍କ ଆଜି ମୃତ୍ୟୁ ଘଟିଛି। କମଲପୁର ଗ୍ରାମର ସଦାନନ୍ଦ ମାଝୀ (୩୧) ଓ ଉତ୍ତର ଭୋଇ (୨୪)ଏକ ବାଇକ ଯୋଗେ ବୌଦ୍ଧରୁ କାମ ସାରି ନିଜ ଗ୍ରାମ କମଳପୁର ଗ୍ରାମକୁ ଫେରୁଥିଲେ। ତେଲିବନ୍ଧ ନିକଟ ଗାଈଦଣ୍ହା ପୋଲ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡରେ ଏକ ଗଛରେ ପିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବୁର୍ଲା ବଡଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ସମୟରେ ସଦାନନ୍ଦଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଉତ୍ତମ ଭୋଇ ବୁର୍ଲାରେ ଚିକିତ୍ସାଧୀନ ଥିବା ବେଳେ ଅତି ଗୁରୁତର ଥିବାରୁ ତାକୁ ବରଗଡ ଏକ ଘରେଇ ଡାକ୍ତରଖାନା ନିଆ ଯାଇଥିବା ଜଣାପଡିଛି। ବୁର୍ଲାରେ ସଦାନନ୍ଦଙ୍କ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିବା ଜଣାପଡିଛି। ସଦାନନ୍ଦଙ୍କ ପତ୍ନୀ ସହ ୩ ବର୍ଷର ଶିଶୁ କନ୍ୟା ଅଛି। ତେଣୁ ସଦାନନ୍ଦ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
ବାଇକ୍ ଦୁର୍ଘଟଣାରେ ଆହତ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଜଣେ ଗୁରୁତର
/sambad/media/post_attachments/wp-content/uploads/2020/05/plbmay30-accident-bike.jpg)
/sambad/media/agency_attachments/2024-07-24t043029592z-sambad-original.webp)