ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ରେଳ ଷ୍ଟେସନଠାରୁ ଅଳ୍ପ ଦୂରରେ ଥିବା କିଲାସମା ଫାଟକ ନିକଟରେ ଟ୍ରେନ୍‌ରେ କଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ରେଙ୍ଗାଲି ବେତ୍ରାପଡ଼ାର ଭକ୍ତଚରଣ ଦାସ (୪୦)। କୌଣସି ମାଲ୍‌ଗାଡ଼ିରେ କଟି ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ରେଲ୍‌ୱେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଭିମସାର୍‌କୁ ପଠାଇଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।

Advertisment