ନବରଙ୍ଗପୁର: ଗ୍ରାମାଂଚଳ ଥାନା ଅନ୍ତର୍ଗତ ଏକମ୍ବା ଗାଁରେ ମଙ୍ଗଳବାର ବିଦ୍ୟୁତ ଖୁଣ୍ଟରୁ ପଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଯୁବକ ଜଣକ ହେଲେ ନବରଙ୍ଗପୁର ବ୍ଲକର ଦଶପୁର ଗାଁର ଡମୁ ଭତରା। ବିଦ୍ୟୁତ ଉପୋଭକ୍ତାଙ୍କୁ ଲାଇନ ଦେବା ପାଇଁ ଡମୁ ବିଦ୍ୟୁତ ଖୁଣ୍ଟକୁ ଚଢ଼ିିଥିଲେ। ପ୍ରାୟ ୨ଟାରେ ଡମୁ ବିଦ୍ୟୁତ ଖୁଣ୍ଟରେ ଚଢ଼ି କାମ କରୁଥିବା ବେଳେ ହଠାତ୍ ମୁହଁ ବୁଲାଇ ତଳେ ପଡିଯାଇଥିଲେ। ଡମୁକୁ ପ୍ରଥମେ ଏକମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଇଥିଲା। ମେଡିକାଲରେ ଡମୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ନବରଂଗପୁର: ବିଦ୍ୟୁତ ଖୁଣ୍ଟରୁ ପଡି ଯୁବକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2019/05/dead.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)