ନୂଆଗାଁ: ବିଶ୍ରା ଥାନା ଅନ୍ତର୍ଗତ ଖୁଣ୍ଟଗାଁ ଦେବୀମନ୍ଦିର ନିକଟରେ ସୋମବାର ଏକ ଅଜଣା ଗାଡ଼ିଧକ୍କାରେ ଜଗଦା ବୋରଟୋଲି ଅଂଚଳର ନବୀନ ପଙ୍କଜ ଏକ୍କା(୩୭)ଙ୍କ ମୃତ୍ୟୁ ହୋଇଯାଇଛି। ଏ ନେଇ ବିଶ୍ରା ଥାନାରେ ଏକ ମାମଲା ରୁଜୁହୋଇଛି। ସୂଚନା ମୁତାବକ ଗତକାଲି ଅପରାହ୍ନରେ ନବୀନ କୌଣସି କାମରେ ବୀରମିତ୍ରପୁରକୁ ଯାଉଥିଲେ। ଏହି ସମୟରେ ଖୁଣ୍ଟଗାଁ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିବା କୁହାଯାଉଛି। ସ୍ଥାନୀୟ ଲୋକେ ନବୀନଙ୍କୁ ରାଉରକେଲା ଆଇଜିଏଚ୍କୁ ନେଇଥିଲେ ହେଁ ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଫୋନ୍ କରିବାର ପ୍ରାୟ ୫୦ ମିନିଟ୍ ପରେ ଆମ୍ବୁଲାନ୍ସ ଆସିବା ଓ ତୁରନ୍ତ ଚିକିତ୍ସା ସହାୟତା ନ ମିଳିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଗଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଅଜଣା ଗାଡ଼ିଧକ୍କାରେ ଯୁବକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2021/08/2b24a7bf-c1a4-48d1-9a13-33c862b8be31.jpg)