ଗାଡ଼ି ଧକ୍କାରେ ଯୁବକ ମୃତ

ଖଲ୍ଲିକୋଟ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ବରକୁଳ ନିକଟରେ ଅଜଣା ଗାଡ଼ି ଧକ୍କାରେ ଫୁଲବାଣୀର ସମ୍ବିତ କୁମାର ପାଣିଗ୍ରାହୀ (୨୭) ପ୍ରାଣ ହରାଇଛନ୍ତି। ସମ୍ବିତ୍ ଭୁବନେଶ୍ବରରୁ ଆସୁଥିବା ୧୬ ନମ୍ବର ଜାତୀୟ ରାଜପଥରେ ଏକ ଗାଡ଼ି ଧକ୍କା ଦେଇ ପଳାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ୍ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ତେବେ ମୃତକଙ୍କ ମନିପର୍ସ ଓ ମୋବାଇଲ୍ ଆଦି ଚୋରି ହୋଇଯାଇଥିବା ଜଣାପଡ଼ିଛି। ତେବ‌େ ଏହା ପ୍ରକୃତରେ ଦୁର୍ଘଟଣା ନା’ ଏହା ପଛରେ ଆଉ କଣ ରହିଛି ଏନେଇ କିଛି ସ୍ପଷ୍ଟ ହୋଇପାରୁନି।

ସମ୍ବନ୍ଧିତ ଖବର