ସମ୍ପର୍କୀୟ ଭାଇ ହାତରେ ଗଲା ଯୁବକଙ୍କ ଜୀବନ, ଅଭିଯୁକ୍ତ ଥାନାରେ ଅଟକ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଥାନା ଅନ୍ତର୍ଗତ ପୋଡାପଲା ଗ୍ରାମରେ ସମ୍ପର୍କୀୟ ଭାଇ ହାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଖାତିଗୁଡା ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ।

ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଗଙ୍ଗାଧର ଜାନି ତାଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଖରାପ ଯୋଗୁଁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଯାଇଥିଲେ। ଏହି ସମୟରେ ତାଙ୍କ ଘର ଜଗିବା ପାଇଁ ତାଙ୍କ ସମ୍ପର୍କୀୟ ଭାଇ ମନ୍ଦାର ଜାନିଙ୍କୁ କହିଥିଲେ। କିନ୍ତୁ ମନ୍ଦାର ତାହା କରିନଥିଲେ, ଯାହାକୁ ନେଇ ରାଗି ଯାଇଥିଲେ ଗଙ୍ଗାଧର। ରାଗରେ ମନ୍ଦାରଙ୍କୁ ମୁଥ, ଲାତ ଏବଂ ଗୋଇଠା ମାରିଥିଲେ। ଏହାପରେ ମନ୍ଦାର ତଳେ ପଡ଼ିଯାଇ ପ୍ରାଣ ହରାଇ ଥିଲେ। ଏହାପରେ ଗଙ୍ଗାଧର ଘଟଣାସ୍ଥଳରୁ ଚାଲିଯାଇଥିଲେ।

ଏହି ଘଟଣା ପରେ ମୃତକଙ୍କ ଭାଇ ରାମଚନ୍ଦ୍ର ଜାନି ଖାତିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଖାତିଗୁଡା ଥାନା ଅଧିକାରୀ ଦୀପକ କୁମାର ଲେଙ୍କା ଘଟାଣର ତଦନ୍ତ ଆରମ୍ଭ କରିଥିଲେ। ଏହା ପରେ ଗଙ୍ଗାଧର ଙ୍କୁ ଗିରଫ କରି ଥାନାରେ ଅଟକ ରଖାଯାଇଛି। ଏନେଇଁ ଖାତିଗୁଡା ଥାନାରେ ଏକ ମାମଲା ରୁଜୁ ହୋଇଛି। ଥାନା ଅଧିକାରୀ ଶ୍ରୀ ଲେଙ୍କା ମାମଲାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର