ଡିଏମୟୁ ଟ୍ରେନ୍‌ ଧକ୍କାରେ ଯୁବକ ମୃତ, ଥାନା ଘେରିଲେ ଗ୍ରାମବାସୀ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବଣକାଟି ଫଚାୟତ ଦଶରାପଦା ଗ୍ରାମ ନିକଟରେ ଆଜି ସନ୍ଧ୍ୟାରେ ରୂପସା-ବାଙ୍ଗିରିପୋଷି ଡିଏମୟୁ ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ବାଙ୍ଗିରିପୋଷି ଥାନା ଅଧିନସ୍ଥ ଅଂଳାଗୁଞା ଗ୍ରାମର ସୁଦାମ ଚନ୍ଦ୍ର ସେଠୀ (୨୫)। ସେ ପରମେଶ୍ୱର ସେଠୀଙ୍କ ଏକମାତ୍ର ପୁଅ ବୋଲି ଜଣାପଡିଛି।

ସୂଚନା ଅନୁସାରେ ସୁଦାମ ଘରେ ଆଜି ଉତ୍ୟକ୍ତ ହୋଇ ପରିବାର ଲୋକଙ୍କୁ ମାରପିଟ କରିଥିଲା। ଏହା ପରେ ସୁଦାମଙ୍କ ପିତା ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ଏତଲା ଦେଇଥିଲେ। କିନ୍ତୁ ପୁଲିସ ସୁଦାମଙ୍କ ଘରକୁ ଯାଇଥିଲା। କିନ୍ତୁ ପିତା ଥାନାରେ ଏତଲା ଦେବା ପରେ ଏଥିରେ ସୁଦାମ ରାଗିଯାଇ ବାହାରକୁ ପଳାଇଥିଲେ। ପରେ ଟ୍ରେନ୍‌ ଲାଇନରୁ ସୁଦାମର ମୃତଦେହ ଉଦ୍ଧାର ହୋଇଥିଲା।

ପରେ ପରିବାର ଲୋକେ ଓ ଗ୍ରାମବାସୀ ସୁଦାମଙ୍କ ମୃତଦେହ ନେଇ ଥାନାରେ ଉତ୍ତେଜନା ସୃଷ୍ଟି କରିଛନ୍ତି। ସେମାନେ ଅଭିଯୋଗ ଆଣିଛନ୍ତି ଯେ, ପୁଲିସ ଘରକୁ ଯାଇଥିଲେ ଏଭଳି ଘଟଣା ଘଟିନଥାନ୍ତା। ସେମାନେ ଘଟଣାର ତଦନ୍ତ ଦାବି କରିଥିବା ବେଳେ ଥାନା ଅଧିକାରୀଙ୍କ ବିରୋଧଷର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଥାନାରେ ଉତ୍ତେଜନା ଦେଖାଯାଇଛି। ସୂଚନା ପାଇ ବାରିପଦା ସଦର ଏସଡିପିଓ କେକେ ହରିପ୍ରସାଦ, ଝାରପୋଖରିଆ ଆଇଆଇସି ଶ୍ରୀ ଗାଙ୍ଗୋଇ ଓ ପୁଲିସ ଫୋର୍ସ ପହଞ୍ଚିଛନ୍ତି। ଅଭିଯୁକ୍ତ ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଶବ ଉଠିଛି।

ସମ୍ବନ୍ଧିତ ଖବର