ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ବାଟଗାଁ ପଞ୍ଚାୟତ କେଲୋବେର୍ଣ୍ଣି ଗ୍ରାମର ଅମିତ୍ ଧଳ(୨୨) ନାମକ ଜଣେ ଯୁବକ ଆଜି ନଦୀକୁ ଗାଧୋବାକୁ ଯାଇ ପାଣିରେ ବୁଡି ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି । ସୂଚନା ଅନୁସାରେ ଅମିତ୍ ଗ୍ରାମର ଅନ୍ୟ ୨ଜଣ ସାଙ୍ଗଙ୍କ ସହ ଆଜି ଦିନ ୧୧ ବେଳେ ନିକଟସ୍ଥ ଟିକିରା ନଦୀପଠାକୁ ଭୋଜି କରିବା ପାଇଁ ଯାଇଥିଲୋ ଦିନ ପ୍ରାୟ ସାଢେ ୧ଟା ବେଳେ ରୋଷେଇ ସାରି ଅମିତ ଅନ୍ୟ ଦୁଇ ସାଙ୍ଗଙ୍କ ସହ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ହେଲେ ଅମିତ୍ ନଦୀର ଗଭୀର ପାଣିରେ ବୁଡି ହଠାତ୍ ନିଖୋଜ ହୋଇଯାଇଥିଲେ ।
ଘଟଣା ସଂପର୍କରେ ପରିବାର ଲୋକଙ୍କୁ ଖବର ଦେବା ପରେ ପରିବାର ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚଞ୍ଚିଲେ । ତାପରେ ନାକଟିଦେଉଳ ଥାନା ଓ ଅଗ୍ନିଶମ ବିଭାଗକୁ ଜଣାଇବା ପରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପାଣିରେ ଖୋଜାଖୋଜି କରିଥିଲେ । ହେଲେ ସଂନ୍ଧ୍ୟା ପର୍ଯ୍ୟନ୍ତ ଅମିତ୍ର କୌଣସି ସନ୍ଧାନ ମିଳିନଥିବା ଜଣାପଡିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/f0992257-c080-414b-9860-ed06a73ead09.jpg)