ବାରଙ୍ଗ: ମହାନଦୀରେ ପୁଣି ଅଘଟଣ। ଗାଧୋଇବାକୁ ଆସିଥିବା ଜଣେ ଯୁବକ ନିଖୋଜ ଅଛନ୍ତି। ନିଖୋଜ ଯୁବକ ହେଲେ ଅନିଲ ସେଠୀ (୧୮)। ଅଶୋକ ସେଠୀଙ୍କ ପୁଅ ଅନିଲ ଆଜି ନରାଜ ଆନିକଟର ବୁଢା ବନ୍ଧ ଠାରେ ସାଙ୍ଗମାନଙ୍କ ସହିତ ଗାଧୋଉଥିଲେ। ସେ ବୁଡ଼ିଯିବା ପରେ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦିଆଯାଇଥିଲା। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ, ସର୍ଚ୍ଚ ଅପରେସନ ଜାରି ରହିଛି। ଅନିଲଙ୍କ କୌଣସି ପତ୍ତା ମିଳି ନାହିଁ।
ମହାନଦୀରେ ବୁଡ଼ି ଯୁବକ ନିଖୋଜ, ସର୍ଚ୍ଚ ଅପରେସନ ଜାରି
/sambad/media/post_attachments/wp-content/uploads/2024/05/66fe4b92-f5cd-48e5-9a07-decedebe9823.jpeg)