ଯାଜପୁର: ପ୍ରବଳ ବର୍ଷା ପରେ ଯାଜପୁରର ବିଭିନ୍ନ ଅଞ୍ଚଳରେ ଏବେ ବନ୍ୟାପାଣି । ବିଲ ଗହୀରରେ ଜଳର ସୁଅ ଚାଲିଛି । କେତେକ ସ୍ଥାନାରେ ଲୋକ ଭାସି ଯାଇ ପ୍ରାଣ ହରାଇଛନ୍ତି । ବରି ବ୍ଲକର ସାହୁପଡାରେ ପାଣି ସୁଅରେ ଭାସିଯାଉଥିବା ଯୁବକଙ୍କୁ ସ୍ଥାନୀୟ ଲୋକ ନିଜ ଜୀବନକୁ ବାଜି ଲଗାଇ ଉଦ୍ଧାର କରିଛନ୍ତି ।
ସୂଚନା ଅନୁଯାୟୀ ବରି ବ୍ଲକ ସାହୁପଡା ପଞ୍ଚାୟତର ହଳଦୀବସନ୍ତ ଗାଁର ଯୁବକ ଗଭୀର ଜଳ ସ୍ରୋତରେ ଭାସି ଯାଉଥିଲେ । କିଛି ସ୍ଥାନୀୟ ଲୋକ ଦେଖି ଜଳ ସ୍ରୋତରେ ପହଁରି ପହଁରି ଯାଇ ତାଙ୍କୁ ଉଦ୍ଧାର କରିଥିଲେ ।
ବର୍ଷା ଯୋଗୁଁ ଗାଁ ରାସ୍ତାରେ ପାଣିର ସୁଅ ଛୁଟିଥିଲା । ଏଥିରେ ଜଣେ ଯୁବକ ଭାସିଯାଇଥିଲେ । ଭାଗ୍ୟକୁ ସେ ଏକ କଦଳୀ ଗଛକୁ ଧରି ରହିଯାଇଥିଲେ । ପରେ ଗାଁ ଲୋକ ତାଙ୍କୁ ଉଦ୍ଧାର କରି ଯୁବକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଆସିଥିଲେ । ସ୍ଥାନୀୟ ଲୋକଙ୍କର ଏହି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/6e5659f3-88ec-4a64-9454-dbb19f3c4555.jpg)