ଧର୍ମଗଡ଼: ଗତ ୨୦୧୯ ମସିହାରେ ଜଣେ  ୭୫ ବର୍ଷୀୟ ବୃଦ୍ଧା ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ବନ୍ଦନା କର ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି।

Advertisment

ବିଗତ ବିବରଣୀ ରୁ ଜଣାଯାଏ ଯେ ଗତ ଗତ  ୨୦୧୯ ମାର୍ଚ୍ଚ ୧୯ରେ ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଜଣେ ବୃଦ୍ଧା ନିଜ ଜ୍ବାଇଁ ଘରେ ଏକାକୀ ଥିବା ବେଳେ ଦଶପୁର ଗ୍ରାମର ଭକ୍ତ ପଣ୍ଡା ଘରେ ରହୁଥିବା ଭଗବତିଆ ଭୋଇ ଓରଫ ସାଗର(୩୨) ଦୁଷ୍କର୍ମ କରିଥିଲେ। ତାଙ୍କୁ ଧର୍ମଗଡ ଉପଖଣ୍ଡ ଚିକିତ୍ସାଲୟକୁ ଆଣି ଚିକିତ୍ସିତ କରିବା ସହ ଏହି ବିଷୟରେ ତାଙ୍କ ପୁତ୍ର ତିଳ ଭାଟି ଗୋଳାମୁଣ୍ଡା ଥାନାରେ ଏତଲା ଦେଇଥିଲେ। ଗୋଳାମୁଣ୍ଡା ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଆଜି ଏହି ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ବନ୍ଦନା କର ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡା ଦେଶ ଦେଇଛନ୍ତି।