ନାବାଳିକାଙ୍କ ନାଁରେ ଫେସ୍‌ବୁକ୍ ଆକାଉଣ୍ଟ ଖୋଲି ବ୍ଲା‌କ୍‌ମେଲିଂ, ଅଭିଯୁକ୍ତ ଯୁବକ ଜେଲ୍‌ ଗଲା

ଲରମ୍ଭା/ପାଟଣାଗଡ଼: ଜଣେ ନାବ‌ାଳିକା (୧୭ବର୍ଷ)ଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ତାଙ୍କ ପରିବାର ଲୋକଙ୍କୁ ବ୍ଲାକ୍‌ମେଲିଂ କରୁଥିବା ଅଭିଯୋଗ ହୋଇଛି। ଏହି ମାମଲାର ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଥାନା ଅନ୍ତର୍ଗତ ବାଞ୍ଜିଝାଲ ଗାଁର ଗୋବର୍ଦ୍ଧନ ବାଗ୍ (୨୫ବର୍ଷ) ଜେଲ୍‌ ଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଗୋବର୍ଦ୍ଧନ ଗତ କିଛିମାସ ତଲେ ଲୁହାସିଂହା ଅଂଚଳର ଉକ୍ତ ନାବାଳିକାଙ୍କ ଫଟୋକୁ ଅପ୍‌ଲୋଡ୍ କରି ଏକ ଫେସ୍‌ବୁକ୍ ଆକାଉଣ୍ଟ ଖୋଲିଥିଲା। ଉକ୍ତ ଫେସ୍‌ବୁକ୍ ଆକାଉଣ୍ଟରେ ଅଶ୍ଳୀଳ ଫଟୋମାନ ଅପ୍‌ଲୋଡ୍ କରି ସଂପୃକ୍ତ ନାବାଳିକାଙ୍କ ପରିବାର ଲୋକଙ୍କ ନିକଟକୁ ପଠାଉଥିଲା। ଉକ୍ତ ଫଟୋଗୁଡ଼ିକୁ ଭାଇରାଲ କରି ଦେବାକୁ ପରିବାର ଲୋକଙ୍କୁ ବାରମ୍ବାର ବ୍ଲାକ୍‌ମେଂଲି କରିବା ସହ ଧମକ ଦେଉଥିଲା। ଏନେଇ ପରିବାର ଲୋକେ ଲରମ୍ଭା ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ଆଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ଅଭିଯୁକ୍ତ ଗୋବର୍ଦ୍ଧନକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ହେଲେ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନାଧିକାରୀ ବିନୋଦ ବିହାରୀ ନାୟକ ପ୍ରକାଶ କରିଛନ୍ତି।

 

ସମ୍ବନ୍ଧିତ ଖବର